FeaturedGeneralLatest

୧୭ ଦିନର ଅପରେସନ ପରେ ଟନେଲରୁ ସୁରକ୍ଷିତ ବାହାରିଲେ ଶ୍ରମିକ

ଡେରାଡୁନ (ସଂକେତ ଟିଭି) ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିଥିବା ଶ୍ରମିକମାନଙ୍କୁ ପାଇପ ବାଟଦେଇ ବାହାରକୁ ଅଣାଯାଇଛି। ପ୍ରଥମ ପର୍ଯ୍ଯାୟରେ ପାଞ୍ଚଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମୀକଙ୍କଉବାହାରକୁ ଆଣିବା ପାଇଁ ପ୍ରାୟ ଅଧଘଣ୍ଟା ସମୟ ଲାଗିପାରେ।

ଗତ ୧୭ ଦିନ ଧରି ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ ଚାଲିଥିଲା। ମଙ୍ଗଳବାର ମଧ୍ୟାହ୍ନ ସମୟରେ ପାଇପ ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ସୂଚନା ଦେଇଥିଲେ । ଏହାପରେ ଆମ୍ବୁଲାନସେବ ଏନଡିଆରଏଫ ଟିମ୍ ଟନେଲ ଭିତରକୁଯାଇ ସୁରକ୍ଷା କାର୍ଯ୍ୟ ଆଗକୁ ବଢାଇଥିଲେ।

ଉତ୍ତରାଖଣ୍ଡ ମୁଖମନ୍ତ୍ରୀ ପୁସ୍କର ସିଂହ ଧାମୀ ଏକ ଟ୍ୱିଟ୍‌ରେ କହିଛନ୍ତି, “ସିଲ୍କିରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ମିଳିଛି।

“ବାବା ବାଉଖ ନାଗଜୀଙ୍କ (ଏବଂ) କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ସମସ୍ତ ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ ହେତୁ … ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଲଗାଇବା କାର୍ଯ୍ୟ ସମାପ୍ତ ହୋଇଛି। ଶୀଘ୍ର ସମସ୍ତ ଶ୍ରମିକ ଭାଇମାନଙ୍କୁ ବାହାରକୁ ନିଆଯିବ ବୋଲି ଶ୍ରୀ ଧାମି ଟ୍ୱିଟ କରିଥିଲେ।