CrimeFeaturedLatestNews

୫ ବିଷଧର ସାପ ଉଦ୍ଧାର, ୫ ସାପୁଆ ଗିରଫ

ବାଲେଶ୍ବର (ସଂକେତ ଟିଭି) : ବେଆଇନ ଭାବେ ସାପ ଧରି ପଶ୍ଚିମବଙ୍ଗକୁ ଚାଲାଣ କରିବା ଅଭିଯୋଗରେ ୫ ଜଣ ସାପୁଆଙ୍କୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବନ ବିଭାଗ ଗିରଫ କରିଛି । ସେମାନଙ୍କଠାରୁ ୫ଟି ବିଷଧର ସାପ ଜବତ କରାଯାଇଛି । ଉଦ୍ଧାର ହୋଇଥିବା ସାପଙ୍କ ମଧ୍ୟରେ ଦୁଇଟି ନାଗ , ଦୁଇଟି ଚନ୍ଦନ ବୋଡା ଓ ଗୋଟାଏ ତମ୍ପ ସାପ ଥିବା ସୂଚନା ମିଳିଛି। ଗିରଫ ପାଞ୍ଚ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ବୋଲି ଜଣା ପଡ଼ିଛି ।