CrimeFeaturedLatestNews

ଭିଜିଲାନ୍ସ ଚଢଉ ଦେଖି ଭୟରେ ଛାତରୁ ଡେଇଁ ପଡୋଶୀ ଘରେ ଲୁଚିଥିଲେ ଯନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) : ଭିଜିଲାନ୍ସ ଚଢାଉ ବେଳେ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳ ଜାଗମରାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଭିଜିଲାନ୍ସ ଚଢାଉ ଦେଖି ଜଣେ ଜୁନିୟର ଇଞ୍ଜିନିୟର ଛାତରୁ ଡେଇଁ ଭୟରେ ଖସିଯାଇ ପଡୋଶୀ ଘରେ କବାଟ କିଳି ଲୁଚିଥିଲେ । ଶେଷରେ ସେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳୁ ଭୁବନେଶ୍ବର ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ କରିବାକୁ ପହଞ୍ଚିଥିଲା । ଜାଗମରାରେ ଥିବା ମଲ୍ଲିକ କମ୍ପ୍ଲେକ୍ସର ପାଢି ଭିଲ୍ଲାରେ ଥିବା ଏହି ଇଞ୍ଜିନିୟରଙ୍କ ଘର କବାଟ ବାଡେଇବା ପରେ ଇଞ୍ଜିନିୟର ବାବୁ ଭୟରେ ଘରର ଛାତରୁ ପଡୋଶୀ ଛାତକୁ ଡେଇଁ ଖସି ଯାଇଥିଲେ । ପରେ‌ ପଡୋଶୀ ଘରେ କବାଟ କିଳି ଲୁଚିଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ । ସୁନିଲଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା । ସୁନିଲଙ୍କଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ବିଭାଗ। ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ, ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢ଼ଉ କରୁଛି।