CrimeFeaturedLatestNews

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବନ୍ଧା ହେଲେ ଇଂରାଜି ଶିକ୍ଷକ

ସମ୍ବଲପୁର (ସଂକେତ ଟିଭି) : ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସମ୍ବଲପୁର ପାଞ୍ଚଗଛିଆଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଇଂରାଜୀ ବିଭାଗର ଶିକ୍ଷକ ଅରୁଣ ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଇଁ ଇଂରାଜି ଶିକ୍ଷକ ଅରୁଣ କୁମାର ଯୋଶୀ ଦୁଇ ଦିନ ତଳେ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ପୀଡିତା ଛାତ୍ରୀ ଅଭିଯୋଗ ଆଣିଛନ୍ତି । ଏନେଇ ଛାତ୍ରୀଜଣଙ୍କ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ପରେ ନିଜର ପିତାମାତାଙ୍କୁ କହିଥିଲେ। ଏହାପରେ ଅଭିଭାବକମାନଙ୍କ ସହ ମିଶି ଘଟଣା ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତରଫରୁ ପୁଲିସକୁ ଖବର ଦିଆଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ସ୍କୁଲରେ ପହଞ୍ଚି ମହିଳା ଥାନା ଅଧିକାରୀଙ୍କ ସହ ଘଟଣାର ଅଧିକ ତଦନ୍ତ କରିଥିଲେ । ଅଭିଯୁକ୍ତ ଶିକ୍ଷକ ଅରୁଣ ଯୋଶୀଙ୍କୁ ଥାନାରେ ପୁଲିସ ଅଟକ ରଖି ତଦନ୍ତ କରିଥିଲା । ପୁଲିସ ଆଗରେ ଶିକ୍ଷକ ନିଜର ଦୋଷ ସ୍ବୀକାର କରିଥିବା କୁହାଯାଉଛି। ପରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।