CrimeLatestNews

ଜାହାଜରୁ ମିଳିଲା ୫୫ ପ୍ୟାକେଟ କୋକେନ୍

ପାରାଦୀପ (ସଂକେତ ଟିଭି): ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ପାରାଦ୍ଵୀପ ଆସିଥିବା ଏମ୍‌ଭି ଦେବୀ ଜାହାଜରୁ ୫୫ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଛି । ଏହା ପ୍ୟାକେଟରେ ଥିବା ଧଳା ଜିନିଷ କୋକେନ ବୋଲି ସ୍ପଷ୍ଟ ହୋଇଛି । ଏହାର ଭାରତୀୟ ବଜାର ମୂଲ୍ୟ ୩୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଯାହାର ପରିମାଣ ୮୨ କେଜି।

ଜାହାଜଟି ପ୍ରଥମେ ଇଜିପ୍ଟରୁ ଇଣ୍ଡୋନେସିଆ ଆସିଥିଲା । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଏହି ଜାହାଜ ପାରାଦ୍ଵୀପ ଆସିଥିଲା । ପାରାଦୀପ ବନ୍ଦରରୁ ଷ୍ଟିଲ ବୋଝେଇ କରି ଡେନମାର୍କ ଯିବାର ଥିଲା। ଜାହାଜଟି ବର୍ଥରେ ପହଞ୍ଚିବା ପରେ କଷ୍ଟମ୍ସ ବିଭାଗ ଯାଞ୍ଚ ବେଳେ ୫୫ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା। ପାରାଦ୍ଵୀପ କଷ୍ଟମ୍ସ ବିଭାଗ ଜବତ ପ୍ୟାକେଟକୁ ଭୁବନେଶ୍ବର ପଠାଇଥିଲା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି। ସମସ୍ତ ୫୫ଟି ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି।