FeaturedGeneralLatestPolitics

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ (ସଂକେତ ଟିଭି): ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଥିବା ବେଳେ ଏବେ ଯାଏଁ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବି ଆସିବାରେ ଲାଗିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ବିଜେପି ଅଗ୍ରଣୀ ହାସଲ କରିଛି। ୧୯୯ଟି ଆସନ ମଧ୍ୟରୁ ୧୧୨ରେ ବିଜେପି ଆଗରେ ରହିଛି । କଂଗ୍ରେସ ୭୦ ଆସନରେ ଅଗ୍ରଣୀ ରହିଛି।

ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଆଗୁଆ ରହିଛି। ଦଳ ୨୩୦ ଆସନ ମଧ୍ୟରୁ ୧୬୪ ଆସନରେ ବିଜେପି ଅଗ୍ରଣୀ ରହିଥିବାବେଳେ କଂଗ୍ରେସ ୬୩ଟି ଆସନରେ ଆଗରେ ରହିଛି।

ଛତିଶଗଡର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ବଡ଼ ଅଗ୍ରଣୀ ଆଡ଼କୁ ପ୍ରଥମେ ଯାଉଥିବା ବେଳେ ଏବେ ପୁଣି ପଛକୁ ଆସିଛି। ବିଜେପି କଂଗ୍ରେସକୁ ପଛରେ ପକାଇ ଆଗକୁ ଯାଇଛି। ୯୦ ଆସନ ମଧ୍ୟରୁ ବିଜେପି ୫୩ଟି ଏବଂ କଂଗ୍ରେସ ୩୪ଟି ଆସନ ଆଗୁଆ ରହିଛି।

ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ ପଛରେ ପକାଇଛି କଂଗ୍ରେସ। ସଦ୍ୟତମ ଟ୍ରେଣ୍ଡ ଅନୁସାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସକୁ ୬୫ ସିଟରେ ଅଗ୍ରଣୀ ରହିଥିବା ବେଳେ ବିଆରଏସ୍ ୩୯ଟି ସିଟରେ ଆଗେଇ ଚାଲିଛି ।

sankettv.in – 1