FeaturedGeneralLatestPolitics

ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ରାଜସ୍ଥାନରେ ବିଜେପିର ବିଜୟ ପରେ ସେଠାରେ ମୁଖ୍ୟମନ୍ତ୍ରୀ କିଏ ହେବେ ତା ନେଇ କଳ୍ପନା ଜଳ୍ପନା ଲାଗିରହିଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି କିଛି ପ୍ରଚାର କରି ନ ଥିଲା। ସେଥିପାଇଁ ଏବେ ସସ୍ପେନସ୍ ଲାଗି ରହିଛି ।

ବିଜେପି ପକ୍ଷରୁ ତିଜାରା ଆସନରେ ଜିତିଥିବା ବାବା ବାଲକନାଥଙ୍କୁ ଦିଲ୍ଲୀ ଡକାଯାଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଦିଲ୍ଲୀ ଡକାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡରେ ବାଲକନାଥ, ଗଜେନ୍ଦ୍ର ସିଂ, ଓମ ର୍ବିଲା, ଅର୍ଜୁନ ମେଘୱାଲ ଏବଂ ଦିୟା କୁମାରୀଙ୍କ ନାମକୁ ନେଇ ଆଲୋଚନା ହେଉଛି। ସେପଟେ ଅରୁଣ ସିଂ ସିପି ଯୋଶୀଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ରାଜ୍ୟ ସଭାପତି ଏବଂ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି।