CrimeFeaturedLatestNews

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ କିରାଣୀ

ଅନୁଗୋଳ (ସଂକେତ ଟିଭି) ଜଣେ ସରକାରୀ କର୍ମଚାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ । ଲାଞ୍ଚ ଟଙ୍କା ଜବତ ହେଲାପରେ ନିତ୍ୟାନନ୍ଦ ଗାଇଗରିଆଙ୍କ ୩ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି ।

ସୂଚନା ଅନୁସାରେ, ଜୁନିୟର ଆସିଷ୍ଟାଣ୍ଟ ପୁର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ଦରମା କରାଇ ଦେବାକୁ ନିତ୍ୟାନନ୍ଦ ୧୦ ହଜାର ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ କର୍ମଚାରୀ ଫେରାଦ ହେଲା ପରେ ବରିଷ୍ଠ କିରାଣିଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା। ଲାଞ୍ଚ ଟଙ୍କା ଜବତ ହେଲାପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ନିତ୍ୟାନନ୍ଦ ଗାଇଗରିଆଙ୍କ ୩ଟି ଠିକଣାରେ ଚଢ଼ାଉ କରିଛି ।