FeaturedGeneralLatestPolitics

କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ (ସଂକେତ ଟିଭି): କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଡିସେମ୍ବର ୭ରେ ସେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏକ ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ହାଇକମାଣ୍ଡ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ କରିଛନ୍ତି।

ଯୁବ ମୁଖ୍ୟମନ୍ତ୍ରୀଭାବେ ତେଲେଙ୍ଗାନାର ଭାର ସମ୍ଭାଳିବାକୁ ଥିବାବେଳେ ବହୁ ଚ୍ୟାଲେଞ୍ଜମାନ ତାଙ୍କ ପାଇଁ ମଧ୍ୟ ରହିଛି । ୫୬ ବର୍ଷୀୟ କଂଗ୍ରେସ ନେତା ତାଙ୍କର ରେବନ୍ତ ରେଡ୍ଡୀ କେବେ କୌଣସି କଥାରେ ହାର ନ ମାନିବାର ମନୋଭାବ ପାଇଁ ସାଥୀ ରାଜନେତା, ଦଳୀୟ କର୍ମୀ ଏବଂ ଲୋକଙ୍କ ମଧ୍ୟରେ ପରିଚିତ। ବିଆରଏସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜଣେ କଡ଼ା ସମାଲୋଚକ, ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଡ୍ଡୀ ପ୍ରାୟତଃ ବିଆରଏସ ଏବଂ ଏଆଇଏମଆଇଏମ୍‌ର ରାଜନୈତିକ ଆକ୍ରମଣର ଟାର୍ଗେଟରେ ସବୁବେଳେ ରହିଥାନ୍ତି।