BusinessFeaturedGeneralLatest

ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ (ସଂକେତ ଟିଭି): ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ । ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ପକ୍ଷରୁ ବ୍ୟାଙ୍କରେ ସବୁ ଶନିବାର ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇପାରନ୍ତି।

ସୂଚନା ଅନୁସାରେ, ବ୍ୟାଙ୍କରେ ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ପ୍ରସ୍ତାବ ସରକାରଙ୍କ ପାଖରେ ରହିଛି। ଏ ନେଇ ରାଜ୍ୟସଭା ସାଂସଦ ସୁମିତ୍ରା ବାଲ୍ମୀକ ଗୃହରେ ଅର୍ଥ ମନ୍ତ୍ରାଳୟକୁ ପ୍ରଶ୍ନ କରିଛନ୍ତି। ସାଂସଦ ପ୍ରଶ୍ନ କରିଥିଲେ ଯେ ବ୍ୟାଙ୍କରେ ୫ କାର୍ଯ୍ୟ ଦିବସ ଯୋଜନା ଲାଗୁ କରିବା ଉପରେ ବ୍ୟାଙ୍କ ସଂଘ ପକ୍ଷରୁ କୌଣସି ଦାବି କରାଯାଇଛି କି ? ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ଅଛି କି ?

ଏହାର ଜବାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡା.କରାଦ୍‌ ସ୍ୱୀକାର କରିଛନ୍ତି ଯେ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ପକ୍ଷରୁ ବ୍ୟାଙ୍କରେ ସବୁ ଶନିବାର ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେନେଇ ବିଚାର ବିମର୍ଶ ଚାଲିଛି ବୋଲି ସେ କହିଛନ୍ତି ।

୨୦୧୫ ଅଗଷ୍ଟ ୨୦ର ଏକ ବିଜ୍ଞପ୍ତିରେ ବ୍ୟାଙ୍କଗୁଡିକରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ସାର୍ବଜାନୀନ ଛୁଟି ଘୋଷଣା କରାଯାଇଥିଲା ।