FeaturedGeneralLatest

ଇସ୍ତଫା ଦେଲେ ୧୦ ବିଜେପି ଏମପି

ନୂଆଦିଲ୍ଲୀ (ସଂକେତ ଟିଭି): ୧୦ ଜଣ ବିଜେପି ଏମପି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଧାୟକ ଭାବରେ ଜିତିଥିବା ଏହି ଏମପିମାନେ ବିଧାୟକ ରହିବେ। ଏଥିମଧ୍ୟରୁ ମଧ୍ୟପ୍ରଦେଶର ୫ ଜଣ ଏମପି, ରାଜସ୍ଥାନରୁ ୩ ଜଣ ଛତିଶଗଡର ୨ ଜଣ ଅଛନ୍ତି।

ଏଥର ବିଜେପି ମୋଟ ୨୧ ଏମପିଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେଥିମଧ୍ୟରୁ ୧୨ ଜଣ ଏମପି ଜିତିଥିବାବେଳେ ୯ ଜଣ ନିର୍ବାଚନରେ ହାରିଛନ୍ତି। ଇସ୍ତଫା ଦେଇଥିବା ଏମପିମାନେ ବିଧାୟକ ରହିବେ। ନିର୍ବାଚନରେ ଜିତିଥିବା ସମସ୍ତ ୧୨ ଏମପିଙ୍କ ମଧ୍ୟରୁ ରେଣୁକା ସିଂ ଏବଂ ବାଲକନାଥ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି। ଖବର ଅନୁଯାୟୀ ସେମାନେ ଆଜି କିମ୍ବା ଆସନ୍ତାକାଲି ଇସ୍ତଫା ଦେବେ।

ମଧ୍ୟପ୍ରଦେଶ ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହ୍ଲାଦ ପଟେଲ ବିଜୟୀ ହୋଇଛନ୍ତି। ଇସ୍ତଫା ଦେଇଥିବା ସାଂସଦମାନେ ହେଉଛନ୍ତି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରୀତି ପାଠକ, ଅରୁଣ ସାଓ, ଗୋମତି ସାଇ , ଦିୟା କୁମାରୀ ଏବଂ କିରୋଣି ଲାଲ ମୀନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଭାଜପା ଏମପିମାନେ ଇସ୍ତଫା ଦେଇଛନ୍ତି।