FeaturedLatestNews

ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କଟକ (ସଂକେତ ଟିଭି): ଭୁବନେଶ୍ୱରରୁ ହାୱାଡ଼ା ଯାଉଥିବା ଜନ ଶତାବ୍ଦୀ ଏକ୍ସପ୍ରେସରେ କଟକ ଷ୍ଟେସନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନରେ ବଗି ତଳେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଗି ତଳେ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଷ୍ଟେସନ ଛାଡ଼ିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ଜନ ଶତାବ୍ଦୀ ଏକ୍ସପ୍ରେସ ଆଜି ଭୋର ସମୟରେ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ଟ୍ରେନର ଏକ ବଗି ତଳେ ନିଆଁ ଲାଗିଥିବା କିଛି ଯାତ୍ରୀ ଦେଖିବାକୁ ପାଇଥିଲେ। ଏନେଇ ରେଳ କର୍ମଚାରୀଙ୍କୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ । ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିଛନ୍ତି । 45 ମିନିଟ୍‌ ପରେ ଟ୍ରେନ୍‌ଟି କଟକରୁ ହାଓ୍ବାଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ବଗି ତଳେ ନିଆଁ ଲାଗିଥିଲା ।