CulturalFeaturedGeneralLatest

ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ ଅଧିକାରୀ

ନୂଆଦିଲ୍ଲୀ (ସଂକେତ ଟିଭି) ହରିୟାଣା ଆଦମପୁରର ବିଜେପି ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ଅଫିସର ପରୀ ବିଶ୍ନୋଇଙ୍କ ଡିସେମ୍ବର ୨୨ ତାରିଖରେ ରାଜସ୍ଥାନର ଉଦୟପୁରରେ ବିବାହ ହେବାକୁ ଯାଉଛି। ଭବ୍ୟ ବିଶ୍ନୋଇ ହେଉଛନ୍ତି ହରିଆଣାର ଦୁଇଥର ମୁଖ୍ଯମନ୍ତ୍ରୀ ଥିବା ଚୌଧୁରୀ ଭଜନଲାଲଙ୍କ ନାତି । ତଥା ବିଜେପି ନେତା କୁଲଦୀପ ବିଶ୍ନୋଇଙ୍କ ପୁଅ ।

ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବିଶ୍ନୋଇଙ୍କ ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ରିସେପ୍ସନ ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ଭିଭିଆଇପିମାନେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।

ଆଇଏସ ପରୀ ବିଶ୍ନୋଇ ରାଜସ୍ଥାନର ବାସିନ୍ଦା । ସେ ସେଣ୍ଟ ମେରୀ କନଭେଣ୍ଟ ସ୍କୁଲ, ଅଜମେରରୁ ପାଠପଢି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇନ୍ଦ୍ରପ୍ରସ୍ତ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ପ୍ୟାରୀ ଆଜମେର ର MDS ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପ୍ୟାରୀ ତାଙ୍କର ତୃତୀୟ ପ୍ରୟାସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, ଯେଉଁଥିରେ ସେ ଅଲ ଇଣ୍ଡିଆରେ 30 ତମ ସ୍ଥାନରେ ରହିଥିଲେ ।

ଭବ୍ୟ ବିଶ୍ନୋଇ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ଅର୍ଥନୀତିରେ ସ୍ନାତକୋତ୍ତର, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ସମକାଳୀନ ଭାରତ ଉପରେ ମାଷ୍ଟର ଅଫ୍ ସାଇନ୍ସ ହାସଲ କରିଛନ୍ତି।