CrimeFeaturedLatestNews

୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଦୁଇ ପୂର୍ବତନ ବ୍ୟାଙ୍କ୍ ଅଧିକାରୀ ଗିରଫ

ଭୁବନେଶ୍ବର (ସଂକେତ ଟିଭି) : ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଦୁଇ ପୂର୍ବତନ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଡମ୍ବୁରୁଧର ନାୟକ ଓ ପୂର୍ବତନ ଏଗ୍ରିକଲଚରାଲ ଫାଇନାନ୍ସ ଅଫିସର ଦେବିଦତ୍ତ ପାଣିଗ୍ରାହୀ ଗିରଫ ହୋଇଛନ୍ତି । କେନ୍ଦୁଝର ଓ ଭୁବନେଶ୍ବରରୁ ଏମାନଙ୍କୁ ଇଓଡବ୍ଲୁ ଗିରଫ କରିଛି । ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଏମାନଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ । ୨୦୧୫ ରୁ ୨୦୧୮ ଭିତରେ ଏହି ଦୁର୍ନୀତି ହୋଇଥିଲା ।

ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ କରାଯାଇଥିଲା ଦୁର୍ନୀତି । ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଚଳୁ କରିବା ସହ ସବସିଡ୍ ଟଙ୍କା ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ୩ କୋଟି ୩୩ଲକ୍ଷ ୫୨ ହଜାର ୬୦୨କୋଟି ଟଙ୍କାର ଠକେଇ ଅଭିଯୋଗ ନେଇ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ।