FeaturedGeneralLatestPolitics

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର (ସଂକେତ ଟିଭି) : ଛତିଶଗଡ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେବ ସାଏ। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନଓ୍ବାଲ ଓ ଦୁଷ୍ୟନ୍ତ କୁମାରଙ୍କ ଉପସ୍ଥିତିରେ ଆଜି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଷ୍ଣୁଦେବଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ରମଣ ସିଂ କିମ୍ବା ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚାରେ ବିରାମ ଲାଗିଛି । ହେଉଥିବା ଚର୍ଚ୍ଚା ପରି ବିଜେପି ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛି ।

କୁନକୁରୀ ବିଧାନସଭା ଆସନରୁ ସେ ବିଧାୟକ ଅଛନ୍ତି। ପୂର୍ବରୁ ମୋଦୀ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ। ୨୦୨୦ରୁ ୨୦୨୨ ଯାଏଁ ରାଜ୍ୟ ବିଜେପିର ମଧ୍ୟ ସଭାପତି ଥିଲେ।