EntertainmentFeaturedGeneralLatest

ଗୀତ ଗାଉଥିବାବେଳେ ମଞ୍ଚ ଉପରେ ଟଳିପଡିଲେ ଗାୟକ

ନୂଆଦିଲ୍ଲୀ (ସଂକେତ ଟିଭି) ବ୍ରାଜିଲରେ ଏକ ଲାଇଭ ଇଭେଣ୍ଟରେ ଜଣେ ଗାୟକଙ୍କ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଗାୟକ ପେଡ୍ରୋ ହେନ୍ରିକ୍ ବ୍ରାଜିଲର ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରୁଥିବା ବେଳେ ଗୀତ ଗାଇବା ସମୟରେ ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏଣ୍ଡ ୱୋକେନେସ୍ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ‘ଏକ୍ସରେ’ ରେ ଏହି ଘଟଣାର ଚକିତ କରିବା ପରି ଏକ ଭିଡିଓ ସେୟାର କର‌ାଯାଇଛି। ଏଥିରେ ପେଡ୍ରୋ ହେନ୍ରିକ୍ ମଞ୍ଚର କଡ଼ରେ ଠିଆ ହୋଇଥିବା ବେଳେ ଗୀତ ଗାଉ ଗାଉ ପଡ଼ି ଯାଉଥିବାର ଦେଖାଯାଉଛି। ତାଙ୍କୁ ତୁରନ୍ତ ନିକଟସ୍ଥ କ୍ଲିନିକକୁ ନିଆଯାଇଥିଲା, କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗାୟକଙ୍କର ହୃଦ୍‌ଘାତ ହେତୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।