FeaturedGeneralLatestPolitics

କଂଗ୍ରେସ୍ ଆରମ୍ଭ କରିବ ‘ଦେଶ ପାଇଁ ଦାନ’ ଅଭିଯାନ, ଲୋକଙ୍କ ଟଙ୍କାରେ ଚାଲିବ ଦଳ

ନୂଆଦିଲ୍ଲୀ (ସଂକେତ ଟିଭି) ‘ଦେଶ ପାଇଁ ଦାନ’ ନାମରେ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନ କଂଗ୍ରେସ ଡିସେମ୍ବର ୧୮ରୁ ଆରମ୍ଭ କରିବ । ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ ଅନୁପ୍ରାଣିତ ହୋଇ ଏହା ଆରମ୍ଭ କରାଯାଇଛି । ଆସନ୍ତା ୧୮ ତାରିଖରେ ଦିଲ୍ଲୀଠାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନର ଶୁଭାରମ୍ଭ କରିବେ ।

ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ନେତା କେ ସି ଭେନୁଗୋପାଲ ଏବଂ ଅଜୟ ମାକେନ୍ ଏହି ଘୋଷଣା କରିଛନ୍ତି।

ସେମାନେ କହିଥିଲେ ଯେ କଂଗ୍ରେସର ୧୩୮ ବର୍ଷର କାର୍ଯ୍ୟ ସମାପ୍ତ ହେବା ପରେ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ ଯେ କଂଗ୍ରେସକୁ ମଜବୁତ କରିବା ପାଇଁ କଂଗ୍ରେସ ଆକାଉଣ୍ଟରେ ୧୩୮, ୧୩୮୦, ୧୩୮୦୦ ଟଙ୍କା ଜମା କରନ୍ତୁ, ଯାହା ଦ୍ବାରା କଂଗ୍ରେସ ଏକ ଉନ୍ନତ ଭାରତ ପାଇଁ କାର୍ଯ୍ୟ କରିପାରିବ।