CrimeLatestNews

ଓଡିଶାରୁ ଗିରଫ ହେଲା କାଶ୍ମୀରର ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ

ଭୁବନେଶ୍ବର (ସଂକେତ ଟିଭି) : ଯାଜପୁର ନେଉଳପୁରରୁ ଜଣେ କାଶ୍ମୀର ଆତଙ୍କବାଦୀ ଧରାପଡିଛି । ପୁଲିସର ମୋଷ୍ଟୱାଣ୍ଟେଡ ଥିବା ଏହି ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ନାଁ ସୟଦ ଇସାନ ବୁଖାରୀ ବୋଲି ଜଣାପଡ଼ିଛି। ସେ ଯାଜପୁରରେ ୪ ବର୍ଷ ହେଲା ଏକ ଭଡ଼ା ଘରେ ରହୁଥିଲା । ଅଭିଯୁକ୍ତ ନିୟମିତ ରହୁ ନ ଥିଲା। ମଝିରେ ମଝିରେ ଆସୁଥିଲା ବୋଲି ସୂଚନା ମିଳିଛି ।

ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି ଯେ ସୟଦ ଇସାନ ବୁଖାରୀ ନିକଟରୁ ଅନେକଗୁଡ଼ିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି। ସନ୍ଦିଗ୍ଧ କଶ୍ମୀର ଯୁବକକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।

ସୟଦ ଇସାନ ବୁଖାରୀ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା। କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା। ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ବାହା ହୋଇଥିବା କଥା ଜଣାପଡ଼ିଛି।

ଜବତ ହୋଇଥିବା ଜାଲ କାଗଜପତ୍ର ଆମେରିକା, କାନେଡା ଓ ଭେଲୋରର ବୋଲି ଜଣାପଡିଛି । ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ, ଆଧାରକାର୍ଡ, ଭିଜିଟିଂ କାର୍ଡ ମଧ୍ୟ ଜବତ କରାଯାଇଛି। ତାର କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି ।

କାଶ୍ମୀର ପୁଲିସ ଏହି ଅଭିଯୁକ୍ତକୁ ଦୀର୍ଘ ଦିନ ହେବ ଖୋଜୁଥିଲା। ଅଭିଯୁକ୍ତ ମଧ୍ୟରେ ଜାମିନ ବିହୀନ ପରଓ୍ବାନା ମଧ୍ଯ ଜାରି ହୋଇଛି। ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନିକଟରୁ ୪ଟି ମୋବାଇଲ ଜବତ ହୋଇଛି ।