FeaturedLatestNews

ବାଇକକୁ ଧକ୍କା ଦେଇ ଚମ୍ପଟ ମାରୁଥିଲା କାର୍, ଗୋଡାଇ ଗୋଡାଇ ଧରିଲା ପୁଲିସ

ବାଲେଶ୍ବର (ସଂକେତ ଟିଭି) ବାଇକ୍ କୁ ପଛପଟୁ ଧକ୍କାଦେଇ ଚମ୍ପଟ ମାରି ଫେରାର ହେଉଥିଲା ଜାଉଲୋ କାର । ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ଦୁର୍ଘଟଣା ଘଟାଇଥିବା କାରକୁ ଗୋଡ଼ାଇ ଗୋଡ଼ାଇ ଧରିଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ କୁଡିଆଠାରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ଜଳେଶ୍ଵରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକ୍ କୁ ଜାଇଲୋ କାର ଆଜି ସକାଳୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଭଦ୍ରକ ବାହାଦଲପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ ଅଧିକାରୀ ଉଦ୍ଧାରକାରୀ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ଏଣେ ଦୁର୍ଘଟଣା ଘଟାଇଥିବା ଜାଇଲୋ କାର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଜାତୀୟ ରାଜପଥ ପେଟ୍ରୋଲିଂ ୨ ଭ୍ୟାନ ସଂପୃକ୍ତ ଜାଇଲୋ କାରକୁ ଫୁଲାଡ଼ି ନିକଟରୁ ଅଚକାଇବାରେ ସଫଳ ହୋଇଥିଲେ। ବସ୍ତା ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ କାରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।