LatestNews

ଅଟୋ ଉପରେ ମାଡିଗଲା ହାଇୱା, ଗୋଟିଏ ପରିବାରର ୫ ମୃତ

ରାଉରକେଲା (ସଂକେତ ଟିଭି) ଅଟୋ ଉପରେ ହାଇୱା ମାଡିଯିବାରୁ ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମୃତ ସମସ୍ତ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ଥାନା ବଗିଚାପଡ଼ାର ଗୋଟିଏ ପରିବାରର ୫ ଜଣ ଆଜି ଏକ ଅଟୋରେ କିପ୍‌ନିକ କରିବା ପାଇଁ ଯାଇଥିଲେ। ପିକ୍‌ନିକ୍‌ ସାରି ସେମାନେ ଅପରାହ୍ନରେ ଘରକୁ ଫେରୁଥିଲେ। ତେବେ ତିଲେନ୍‌ଡିହି ନିକଟରେ ସାମନାରୁ ଏକ ବାଲି ବୋଝେଇ ହାଇୱା ଅଟୋ ଉପରେ ଚଢ଼ି ଯାଇଥିଲା। ଅଟୋ ଉପରେ ଟ୍ରକ୍‌ ପଡ଼ିଯାଇଥିଲା। ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣ ହେଉଛନ୍ତି ମହିଳା। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଜଣେ ମହିଳା ଓ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଚମ୍ପଟ ମାରିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାଇୱା ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଉତ୍ତ୍ୟକ୍ତ ଲୋକ ଏହି ରାସ୍ତା ରୋକ କରିଥିଲେ।