FeaturedGeneralLatest

ବାଇଡେନ୍‌ଙ୍କ କାରକେଡରେ ସାମିଲ ଥିବା ଗାଡ଼ିକୁ ଧକ୍କା ଦେଲା କାର୍‌

ଓ୍ବାସିଂଟନ (ସଂକେତ ଟିଭି) : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାରକେଡ୍‌ର ଏକ ଗାଡି ଅନ୍ୟ କାର ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କୁ ଅନ୍ୟ ଏକ ଗାଡିକୁ ନେଇଯାଇଥିଲେ । ଉଭୟ ସୁରକ୍ଷିତ ଥିବା ହ୍ବାଇଟହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କାହାର କିଛି କ୍ଷୟକ୍ଷତି ମଧ୍ୟ ହୋଇନାହିଁ ।

ସୂଚନା ଅନୁସାରେ, ରବିବାର ଦିନ ଡେଲାୱାରରେ ଥିବା କ୍ୟାମ୍ପେନ୍‌ ହେଡ୍‌ କ୍ବାଟରରୁ ବାହାରିବା ପରେ ଡେଲାୱେରର ୱିଲମିଙ୍ଗ୍‌ଟନ୍‌ରେ ବାଇଡେନଙ୍କ କାରକେଡ୍‌ରେ ସାମିଲ ଥିବା ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଏକ ଫୋର୍ଡ କାର୍‌ ସହ କାରକେଡ୍‌ରେ ଥିବା କାର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇଡେନଙ୍କଠାରୁ ପ୍ରାୟ 40 ମିଟର ଦୂରରେ ମୋଟରକେଡର କାର ଥିବା ବେଳେ ଫୋର୍ଡ କାର ସହ ଧକ୍କା ହୋଇଥିଲା । ଏହାପରେ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ବାଇଡେନଙ୍କୁ ଅନ୍ୟ ଏକ ଗାଡିରେ ୱିଲମିଙ୍ଗଟନ୍ ସହର ଠାରୁ ଦୂରକୁ ନେଇଯାଇଥିଲେ ।

ଏନେଇ ହ୍ବାଇଟ୍‌ ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁର୍ଘଟଣା ସମୟରେ କାର୍‌ରେ ବାଇଡେନ୍‌ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ ଥିଲେ । କାରକେଡ୍‌ରେ ସାମିଲ ଥିବା ଗାଡ଼ି ଦୁର୍ଘଟଣା ହୋଇଥିଲା । ଏହାପରେ ଉଭୟଙ୍କୁ ସୁରକ୍ଷାକର୍ମୀମାନେ ଅନ୍ୟ ଏକ ଗାଡ଼ିକୁ ନେଇଯାଇଥିଲେ । ବାଇଡେନ ଓ ତାଙ୍କ ପତ୍ନୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖି ବାଇଡେନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁର୍ଘଟଣା ପରେ ମୋଟରକେଡ୍‌ର ଗାଡ଼ିକୁ ଧକ୍କା ଦେଇଥିବା ଏସୟୁଭି କାରର ଡ୍ରାଇଭରୁ ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ଘେରିଯାଇଥିଲେ । ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ସୁରକ୍ଷାକର୍ମୀ ନିଯୋଜିତ ରହିଛନ୍ତି ।