FeaturedGeneralLatestPolitics

୨୦୨୪ ଲୋକସଭା ନିର୍ବାଚନ ପାଇଁ ନ୍ୟାସନାଲ ଆଲାଏନ୍ସ କମିଟି ଗଠନ କଲା କଂଗ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି) କଂଗ୍ରେସ ନ୍ୟାସନାଲ ଆଲାଏନ୍ସ କମିଟି ଗଠନ କରିଛି । ଏଥିରେ ପାଞ୍ଚ ଜଣ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ଏହି ପାଞ୍ଚ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଲମାନ ଖୁର୍ସିଦ, ମୋହନପ୍ରକାଶ। ମୁକୁଲ ବାସନିକଙ୍କୁ କମିଟିର ସଂଯୋଜକ କରାଯାଇଛି। ଏହି କମିଟି ୨୦୨୪ ଲୋକସଭା ନିର୍ବାଚନରେ ସିଟ୍‌ ସେୟାରିଂ ପାଇଁ ମେଣ୍ଟ ସହ ଆଲୋଚନା କରିବ।
ଆଜି ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଲୋକସଭା ସିଟ୍‌ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।