CrimeFeaturedLatestNews

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଆରଆଇ ଓ ପିଅନ

ଭୁବନେଶ୍ବର (ସଂକେତ ଟିଭି) ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କୋରାପୁଟ ଜିଲ୍ଲା ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମି ମାପଚୁପ ପାଇଁ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଏହା ପରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ ଯାଞ୍ଚ କରୁଛନ୍ତି । ଲମତାପୁଟ ତହସିଲ କାର୍ଯ୍ୟାଳୟ ସମେତ ବାସଭବନରେ ଜୟପୁର ଭିଜିଲାନ୍ସର ଦୁଇଟି ଟିମ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଜୟପୁର ଭିଜିଲାନ୍ସ ବିଜୟ ବାଗ ଓ ରୋହିତ ପାଢୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।