FeaturedGeneralLatestPolitics

ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ହେଲେ ନରେନ୍ଦ୍ର ସିଂ ତୋମାର

ଭୋପାଳ (ସଂକେତ ଟିଭି) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ମଧ୍ୟପ୍ରଦେଶର ବାଚସ୍ପତି ହୋଇଛନ୍ତି। ବୁଧବାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ସେ ନିର୍ବାଚିତ ହୋଇଛନ୍ତି ।

ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବିଧାନସଭାରେ ପ୍ରସ୍ତାବ ଦେବା ପରେ ଏହାକୁ ବିଜେପି ସମେତ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଥିଲେ। ଏହା ପରେ ସର୍ବସମ୍ମତି କ୍ରମେ ସେ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ୧୬ତମ ମଧ୍ୟପ୍ରଦେଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ତଥା ସୋମବାର ଦିନ ବିଜେପି ବିଧାୟକ ତୋମାର ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଆସନ୍ତାକାଲି ଏହି ଅଧିବେଶନ ଶେଷ ହେବାକୁ ଥିବା ବେଳେ ତୋମାରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।