FeaturedGeneralLatest

ଲୋକସଭାରେ ଗୃହୀତ ହେଲା ୩ଟି ଅପରାଧିକ ଆଇନ ବିଲ୍

ନୂଆଦିଲ୍ଲୀ (ସଂକେତ ଟିଭି) : ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଲୋକସଭାରେ ଗୃହୀତ ହୋଇଛି। ଏହି ୩ଟି ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ । ବାଚନିକ ଭୋଟରେ ଏହି ବିଲ୍ ଗୁଡ଼ିକ ଗୃହୀତ ହୋଇଛି । ସଂସଦର ୧୪୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏସବୁ ବିଲ୍ ଗୃହୀତ ହୋଇଛି।

ଏସବୁ ବିଲ୍ ଆଇନରେ ପରିଣତ ହେବା ପରେ ସେଗୁଡ଼ିକ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ । ଏହା ପୂର୍ବରୁ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା। ନୂଆ ଆଇନରେ ଆତଙ୍କବାଦ, ମହିଳାଙ୍କ ବିରୋଧରେ ଅପରାଧ, ଦେଶଦ୍ରୋହ ଓ ମବ୍ ଲିଞ୍ଚିଂ ସଂକ୍ରାନ୍ତ ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି।