LatestNews

ଭାରିଯାନ ଡ୍ରାଇଭରଙ୍କୁ ଜାତୀୟ ରାଜପଥରେ ମିଳିବ ମାଗଣା ଚା

ଭୁବନେଶ୍ବର (ସଂକେତ ଟିଭି) : ରାତି ସମୟରେ ଭାରିଯାନ ଡ୍ରାଇଭରମାନେ ରାତି ଅନିଦ୍ରା କାରଣରୁ ଅଧିକ ଦୁର୍ଘଟଣାମାନ ଘଟୁଥିବା ଜଣାପଡିଛି। ଯାହାକୁ ଏଡାଇବା ପାଇଁ ଏଣିକି ଜାତୀୟ ରାଜପଥରେ ଭାରିଯାନ ଡ୍ରାଇଭରଙ୍କୁ ମାଗଣାରେ ମିଳିବ ଚା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଜାତୀୟ ରାଜପଥ କଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ । ଖାଲି ସେତିକି ନୁହେଁ, ଏହି ହୋଟେଲ ଏବଂ ଢାବାରେ ଡ୍ରାଇଭରମାନେ ଚା’ ପିଇବା ସହିତ ବିଶ୍ରାମ ମଧ୍ୟ ନେଇପାରିବେ। ନିଜ ନିଜ ଜିଲ୍ଲାରେ ଜିଲ୍ଲାପାଳମାନେ ଢାବା ଚିହ୍ନଟ କରିବେ। କେଉଁ କେଉଁ ହୋଟେଲ ଏବଂ ଢାବାରେ ଡ୍ରାଇଭରଙ୍କ ପାଇଁ ମାଗଣା ଚା’ ଉପଲବ୍ଧ ରହିବ ତାହା ଜିଲ୍ଲାପାଳ ଚିହ୍ନଟ କରିବା ପରେ ସରକାର ଅର୍ଥ ପ୍ରଦାନ କରିବେ।

ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ, ଦୁର୍ଘଟଣା ଘଟିଥାଏ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି ବୋଲି ଟୁକୁନି ସାହୁ କହିଛନ୍ତି ।