FeaturedLatestNews

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ

ଭୁବନେଶ୍ୱର (ସଂକେତ ଟିଭି) :ଆୟ ବହିର୍ଭୂତ ସଂପତ୍ତି ଠୁଳ ଘଟଣାରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ ହୋଇଛନ୍ତି । ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଭିଜିଲାନ୍ସ ଗିରଫ ଯୋଗାଣ ଅଧିକାରୀ ପ୍ରଶାନ୍ତଙ୍କ ଘର ସମେତ ୮ଟି ଯାଗାରେ ଏକକାଳୀନ ଚଢାଉ କରିଥିଲା । ତାଙ୍କର ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ଦୁଇଟି କୋଠା, ୫ଟି ପ୍ଲଟ ସମେତ ନଗଦ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟରେ ୧କୋଟି ୪୮ ଲକ୍ଷ ଟଙ୍କା ଏବଂ ନଗଦ ୧ଲକ୍ଷ ୨୧ ହଜାର ଟଙ୍କା ଥିବା ଜଣାପଡିଛି । ସେହିପରି ତାଙ୍କ ଘରୁ ମୋଟ ୫୩୬ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି । ଜବତ ସୁନାଗହଣାର ମୁଲ୍ୟ ୩୦ଲକ୍ଷ ଟଙ୍କା ଉପରେ ହେବ ବୋଲି ଜଣାପଡିଛି । ଏଥିସହିତ ତାଙ୍କ ନିକଟରେ ଗୋଟିଏ ଫୋର ହ୍ୱିଲର ମଧ୍ୟ ରହିଛି । ଯୋଗାଣ ବିଭାଗ ଦାୟିତ୍ୱରେ ଥାଇ ପ୍ରଶାନ୍ତ କିପରି ଏତେ ସମ୍ପତ୍ତିର ମାଲିକ ହେଲେ ସେନେଇ ଭିଜିଲାନ୍ସ ଖୋଳତାଡ କରିଥିଲା । ସନ୍ତୋଷଜନକ ଉତ୍ତର ପ୍ରଶାନ୍ତଙ୍କ ନିକଟରୁ ନପାଇବା ପରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।