HealthLatestNews

ଓଡିଶାକୁ ଫେରିଲା କରୋନା, ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର (ସଂକେତ ଟିଭି) ଦେଶରେ ବିଭିନ୍ନ ସ୍ଥାନରେ ସଂକ୍ରମଣ ବଢିବାରେ ଲାଗିଲାଣି । ଏମିତିକି ମୃତ୍ୟୁ ସଂଖ୍ୟା ବି ବଢିଛି । ତେବେ ଓଡ଼ିଶାରେ ବି ଦେଖଦେଲାଣି କରୋନାର କୋପ । ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରିଲେ ମାକ୍ସ ବାଧ୍ୟତା ମୂଳକ କୁହାଯାଇଛି। ଏଭଳି ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । ଓଡ଼ିଶାରୁ ଚିହ୍ନଟ ପରେ ସଂକ୍ରମିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ସେପଟେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଲର୍ଟ ମୋଡରେ ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୭୫୨ ପଜିଟିଭ ବାହାରିଲେ ଏହା ସହ ମୋଟ ଆକ୍ରାନ୍ତ ସଂଖ୍ୟା ୩ ହଜାର ୪୨୦ରେ ପହଞ୍ଚିଛି । ଏବେ ବି କେରଳକୁ ନେଇ ସବୁଠି ଅଧିକ ଚିନ୍ତା ରହିଛି । ଦିନକରେ କେରଳରୁ ୨୬୬ ନୂଆ କେସ୍‌ ବାହାରିଛି । ସେହିଭଳି ଦକ୍ଷିଣ ଭାରତର ଅନ୍ୟ ରାଜ୍ୟ ଓ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି ।