CulturalFeaturedLatestNews

ଜାନୁଆରୀ ୧୫ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା, ଶୁଭ ସ୍ତମ୍ଭ ସ୍ଥାପିତ

ବରଗଡ (ସଂକେତ ଟିଭି) ବିଶ୍ବର ସର୍ବବୃହତ ଖୋଲା ରଂଗମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ଼ର ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଯାତ୍ରା ସୁରୁଖୁରୁରେ ସମାପନ ହେବା ଶୁଭ ସ୍ତମ୍ଭ ସ୍ଥାପିତ ହୋଇଛି । ଶୁକ୍ରବାର ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ମଧ୍ୟ ସ୍ଥାପିତ ହୋଇଛି ।

ରାଜ ପୁରୋହିତଙ୍କ ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା । ପରେ ସେଠାରୁ ଏକ ଶୋଭାଯାତ୍ରା ମାଧ୍ୟମରେ ଶୁଭ ସ୍ତମ୍ଭ ସହରର ମୁଖ୍ୟ ରାସ୍ତାଦେଇ ହାଟପଦା ପଡ଼ିଆ ସ୍ଥିତ ସଂଚାର ମଣ୍ଡଳୀକୁ ପହଞ୍ଚିଥିଲା । ସେଠାରେ ରାଜପୁରୋହିତଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା ।