FeaturedGeneralLatest

୪ଲକ୍ଷ କୋଟି ଟଙ୍କାର ଋଣରେ ବୁଡି ରହିଛି ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ (ସଂକେତ ଟିଭି) : ମଧ୍ୟପ୍ରଦେଶର ରାଜ୍ୟ ରାଜକୋଷ ଶୂନ୍ୟ ହୋଇଥିବା ବେଳେ ଶାସନ ଖର୍ଚ୍ଚ ପାଇଁ ଋଣ ନେବାକୁ ମୁଖ୍ଯମନ୍ତ୍ରୀ ମନସ୍ତ କରିଛନ୍ତି । ସେପଟେ ଋଣରେ ମଧ୍ଯପ୍ରଦେଶ ଡୁବି ରହିଛି । ଲୋକଙ୍କ ମୁଣ୍ଡ ଉପରେ ଗଡ଼ୁଛି ୪ଲକ୍ଷ କୋଟି ଟଙ୍କାର ଋଣ ରହିଛି । ଆଉ ଏହା ପରେ ବି ମଧ୍ୟପ୍ରଦେଶ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଋଣ ପାଇଁ ଗୁହାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ସପ୍ତାହ ମଧ୍ୟରେ ମୋହନ ଯାଦବ ରାଜ୍ୟର ଖର୍ଚ୍ଚକୁ ପୂରା କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୨ ହଜାର କୋଟି ଟଙ୍କାର ଋଣ ମାଗିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟର ଆର୍ଥିକ ଆବସ୍ଥା ଠିକ୍ ନାହିଁ। କିଛି ଦିନ ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ବିଜେପି ସରକାର ଲୋକଙ୍କୁ ଦେଇଥିବା ଗ୍ୟାରେଣ୍ଟ ପୂରଣ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଶାସନ ସମୟରୁ ରାଜ୍ୟ ଉପରେ ୪ଲକ୍ଷ କୋଟି ଟଙ୍କାର ଋଣ ଗଡ଼ୁଛି । ଫଳରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶାସନ ଚଳାଇବା ମୁସ୍କିଲ୍ ହୋଇଯାଇଛି ।

ଶିବରାଜ ସିଂହଙ୍କ ଲାଡଲୀ ବେହନା ଯୋଜନା ବିଜେପିକୁ ମଧ୍ୟପ୍ରଦେଶ ବିଜୟ ଦେଇଛି । ହେଲେ ଏଥିପାଇଁ ବଡ଼ ଋଣ ଭାର ମିଳିଛି । ପୂର୍ବ ସରକାର କେବଳ ୨୦୨୩ରେ ୪୪,୦୦୦ କୋଟିର ଋଣ ନେଇଛନ୍ତି । ଯେଉଁଥିରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ସମୟରେ ନିଆଯାଇଥିବା ୫ହଜାର କୋଟି ଋଣ ସାମିଲ ରହିଛି । ଏବେ ନୂଆ ସରକାର କାର୍ଯ୍ୟଭାର ସମ୍ଭାଳିବା ପରେ ରାଜ୍ୟ ରାଜକୋଷ ଖାଲି ହୋଇଛି । କାସେପେଟ ସରକାରଙ୍କ ପାଖରେ ନିର୍ବାଚନ ପ୍ରତିଶ୍ରୁତିର ଏକ ଲମ୍ବା ତାଲିକା ପଡି ରହିଛି । ବିଜେପି ଭୟ କରୁଛି କି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନକଲେ ଲୋକସଭା ନିର୍ବାଚନରେ ଏହାର ପ୍ରଭାବ ପଡିପାରେ । ତେଣୁ ଏବେ ରିଜର୍ଭ ବ୍ୟାଙ୍କର ଋଣ ମଧ୍ୟପ୍ରଦେଶ ପାଇଁ ଏକମାତ୍ର ଭରସା ।

ସେପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଶ୍ବସନା ଦେଇଛନ୍ତି, ଯେ ଋଣକୁ ନେଇ ରାଜ୍ୟରେ କୌଣସି ସଂକଟ ନାହିଁ । ଜନ କଲ୍ୟାଣକାରୀ ଯୋଜନା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ରହିଛି ।