LatestNewsPolitics

ଭିଡିଓ ଜାରି କରି ସ୍ପଷ୍ଟୀକରଣ ରଖିଲେ କାମିୟା ଜାନି, କହିଲେ ମୁଁ ଗୋମାଂସ ଖାଏନାହିଁ

ଭୁବନେଶ୍ବର (ସଂକେତ ଟିଭି) : ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଉଠିଥିବା ବିବାଦ ମଧ୍ୟରେ ୟୁ-ଟ୍ୟୁବର କାମିୟା ଜାନି ସ୍ପଷ୍ଟୀକରଣ ରଖିଛନ୍ତି । ରବିବାର ଏକ ଭିଡିଓ ଜାରି କରି ସେ କହିଛନ୍ତି ସେ ଜଣେ ହିନ୍ଦୁ। ସେ କେବେ ବି ବିଫ୍ ଖାଇନାହାଁନ୍ତି କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି। ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା। କିନ୍ତୁ ଦୁର୍ଭାଗ୍ୟକୁ ମୋର ପୁରୀ ଭ୍ରମଣ ବିବାଦୀୟ ହୋଇପଡ଼ିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି। ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ଏବଂ ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା। ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି। ତେଣୁ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ। ଦୁର୍ଭାଗ୍ୟକୁ ମୋର ପୁରୀ ଭ୍ରମଣ ବିବାଦୀୟ ହୋଇପଡ଼ିଛି।

ସେହିପରି କେରଳ ଗସ୍ତ ସମୟରେ ମୁଁ ଏକ ଫୁଡ୍ ବ୍ଲଗ୍ କରିଥିଲି, ଯେଉଁଥିରେ ବିଫ୍ କଥା କହିଥିଲି। କିନ୍ତୁ, ସେଠାରେ ମୁଁ ବିଫ୍ ଖାଇ ନ ଥିଲି, ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ସେୟାର କରି ବିବାଦ କରାଯାଉଛି। ମୋର ଏହି ବାର୍ତ୍ତା ସମସ୍ତ ବିବାଦ ଦୂର କରିବ ବୋଲି କାମିୟା ଆଶା ପ୍ରକାଶ କରିଛନ୍ତି।