CrimeFeaturedLatestNews

ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର (ସଂକେତ ଟିଭି) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର ତଥା ଓଏଏସ ଅଧିକାରୀ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଚାଲିଛି। ଭୁବନେଶ୍ୱର, କଟକ ଓ ଯାଜପୁରର ଏକାକାଳୀନ ୭ଟି ସ୍ଥାନରେ ମାରାଥନ ଚଢାଉ ଜାରି ରହିଛି। ଏହି ଚଢାଉରେ ୧୦ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ଅଛନ୍ତି। ତେବେ ଚଢ଼ଉ ବେଳେ ସରୋଜକାନ୍ତ ମହାନ୍ତି ସହଯୋଗ କରୁ ନଥିବା କୁହାଯାଉଛି।