EntertainmentFeaturedLatestNews

ନିଶା ଠାରୁ ଦୂରେଇ ରୁହ, ମୋ ଭଳି ଯନ୍ତ୍ରଣା ନ ପାଅ : ସାତ୍ୟକି ମିଶ୍ର

ଭୁବନେଶ୍ୱର (ସଂକେତ ଟିଭି) : ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେଶନ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି । ଖାସ୍ କରି ମାଦକ ଦ୍ରବ୍ୟ ସେବନ ଓ ତବାଖୁ ସେବନ ନକରିବା ପାଇଁ ସମସ୍ତଙ୍କୁ ନିବେଦନ । ମୁଁ କଷ୍ଟ ସହିଛି, ଦୁଃଖ ଭୋଗିଛି । ଆଉ କାହାକୁ ମୋ ଭଳି କଷ୍ଟ ନ ମିଳୁ ବୋଲି କହିଲେ ଅଭିନେତା ସାତ୍ୟକି ମିଶ୍ର । ନିଜ ସୋସିଆଲ ମିଡିଆରେ ସେ ଏହା କହିଛନ୍ତି ।

ସେ କହିଛନ୍ତି କି, ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ସମସ୍ତେ ମୋ ଅନୁରୋଧ ରକ୍ଷା କରିବେ ବୋଲି ମୋର ଆଶା ।