LatestNewsPolitics

ବିଜେଡିକୁ ଫେରିଲେ ଦାମ, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର

ଭୁବନେଶ୍ବର(ସଂକେତ ଟିଭି) : ବିଜୁ ଜନତା ଦଳ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ନେଇଛି । ସେ ବର୍ତ୍ତମାନ ପୁଣି ଥରେ ବିଜେଡିର ପ୍ରାଥମିକ ସଦସ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦାମୋଦରଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଛନ୍ତି । ଏ ନେଇ ଦଳ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୮ ମସିହାରେ ମୋଦୋର ରାଉତଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ନବୀନ । ଓମଫେଡରେ ୩୦ କୋଟି ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମୋଦର ରାଉତ ସରକାରକୁ ସେତେବେଳେ ଅଡ଼ୁଆରେ ପକାଇଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାରା ରୋପଣରେ ୧୦୦ କୋଟି ଟଙ୍କା ଠକେଇ ହୋଇଥିବା ସେ ଅଭିଯୋଗ କରିଥିଲେ । ଏପରିକି ସେ ବାରମ୍ବାର କିଛି ପ୍ରଭାବଶାଳୀ ଅମଲା ଏବଂ ଦଳର କିଛି ଯୁବ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ପରେ ଦଳର ସୁପ୍ରିମୋ ସେପ୍ଟେମ୍ବର ୨୦୧୮ ସେପ୍ଟେମ୍ବର ୧୨ରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ।

ପାରାଦୀପରେ ଦାମ ଜଣେ ଟାଣୁଆ ନେତା ଭାବେ ପରିଚିତ ଦାମୋଦର ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ । ବିଜେପିର ପ୍ରଚର କମିଟି ଅଧ୍ୟକ୍ଷ ହେବା ସହ ବିଜେପିରୁ ପ୍ରାର୍ଥୀ ହୋଇ ସେ ହାରିଯାଇଥିଲେ । ତାଙ୍କୁ ବିଜେପିରୁ ବିଜେଡିକୁ ଆସିଥିବା ରଘୁନନ୍ଦନ ଦାସ ହରାଇଥିଲେ । ଏହା ପରେ ଦାମଦୋର ବିଜେପିରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କର ଅନେକ ବୟାନ ଶାସକ ଦଳକୁ ସମର୍ଥନ କରିଲା ଭଳି ରହୁଥିଲା । ସେହିପରି ତାଙ୍କ ପୁଅ ବିଜେଡି ଟିକେଟରେ ବିଜେଡିରୁ ପାରାଦ୍ବୀପ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଧାୟକ ଅଛନ୍ତି । ସାତ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଶେଷରେ ବିଜେଡିକୁ ଫେରିଛନ୍ତି ।