HealthLatestNews

ବାହାଘର ଭୋଜି ଖାଇ ଜଣେ ମୃତ, ୩୦ ଜଣ ଅସୁସ୍ଥ

ସୁନ୍ଦରଗଡ(ସଂକେତ ଟିଭି) : ସୁନ୍ଦରଗଡ଼ ସବଡ଼େଗା ବ୍ଲକ ଦେଓଗାଁରେ ବାହାଘର ଭୋଜି ଖାଇ ଜଣେ ମୃତ୍ୟୁ ବରଣ କରିଥିବାବେଳେ ୩୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲା ମୂଖ୍ୟ ଚିକିତ୍ସାଳୟରେ ୯ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ, ଗତ ୨୭ ତାରିଖରେ ଗ୍ରାମରେ ଏକ ବାହାଘର ଭୋଜି ହୋଇଥିଲା । ଆଉ ଏହି ବିବାହ ଭୋଜିରେ ମାଂସ ଖାଇ ୩୦ ଅସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦେଓଗାଁର ୩୦ବର୍ଷୀୟ ଦୀପକ ମିଞ୍ଜ । ଗତ ୨୯ ତାରିଖରେ ପ୍ରଥମେ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ହେବା ପରେ କିଛି ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ଓ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେହିପରି ଗୋଟିଏ ମେଡିକାଲ ଟିମକୁ ଗାଁରେ ପଠାଯାଇଛି ।