FeaturedLatestNews

ଦ୍ୱାରଶୁଣି ଘାଟିରେ ଟ୍ୟାଙ୍କର-ଟ୍ରକ୍ ଧକ୍କା, ୨ ଡ୍ରାଇଭର ମୃତ

ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟ ଜଣେ ଡ୍ରାଇଭର ଟ୍ରକ ଭିତରୁ ବାହାରି ନପାରି ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଗୁରୁବାର ସକାଳ ପ୍ରାୟ ୮ ସମୟରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ। ଦୁର୍ଘଟଣା ଫଳରେ ଭାରସାମ୍ୟ ହରାଇ ଉଭୟ ଗାଡି ଘାଟି ରାସ୍ତା କଡକୁ ଓଲଟିପଡିଥିଲେ। ଫଳରେ ଅଗ୍ନି ସଂଯୋଗ ହେବାରୁ ଘଟଣାସ୍ଥଳରେ କଣ୍ଟେନର ଡ୍ରାଇଭର ଜଣଙ୍କ ଜଳିଯାଇଥିଲେ। ସେହିପରି ଟ୍ୟାଙ୍କର ଡ୍ରାଇଭର ଟ୍ରକ ଭିତରୁ ବାହାରି ନପାରି ଚାପି ହୋଇ ମୃତ୍ୟୁବରଣ କରିଥିଲେ । ମୃତ କଣ୍ଟେନର ଡ୍ରାଇଭର ହେଲେ ସାହାଜାହାନ ଓ ତାଙ୍କ ଘର ମେଓ୍ବତ ହରିଆଣାରେ ବୋଲି ଜଣାପଡିଛି । ସେହିପରି ଟ୍ୟାଙ୍କର ଡ୍ରାଇଭରଙ୍କ ନାମ ଟୁନଟୁନ୍ ସ ଏବଂ ତାଙ୍କ ଘର ବିହାରରେ ବୋଲି ଜଣାପଡିଛି ।

ଦୁର୍ଘଟଣା ପାଇଁ ଦ୍ୱାରଶୁଣି ଘାଟି ରାସ୍ତାରେ ଗାଡି ମଟର ଜାମ ପରିସ୍ଥିତି ପରିଲକ୍ଷିତ ହୋଇଥିଲା। ଅଗ୍ନୀଶମ ବାହୀନି ଆସି ଦୁଇ ଟ୍ରକର ନିଆଁ ଆୟତ୍ତ କରିଥିଲେ । ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ ଦୁଇଟିକୁ ଜବତ କରିବା ସହିତ ମୃତକଙ୍କୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲେ ।