FeaturedGeneralLatestPolitics

କଂଗ୍ରେସରେ ଯୋଗଦେଲେ ଓ୍ବାଇଏସ୍‌ ଶର୍ମିଳା

ନୂଆଦିଲ୍ଲୀ (ସଂକେତ ଟିଭି): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ଓ୍ବାଇଏସ୍‌ ଶର୍ମିଳା ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ସେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ପରେ ନିଜ ଦଳକୁ କଂଗ୍ରେସରେ ବିଲୀନ କରିବାକୁ ନିଷ୍ପତ୍ତି ନେଇଥିଲେ ଶର୍ମିଳା। ଦଳରେ ସାମିଲ ହେବା ପରେ ଶର୍ମିଳାଙ୍କୁ କଂଗ୍ରେସ ଗୁରୁ ଦାୟିତ୍ବ ଦେବା ସମ୍ଭାବନା ରହିଛି ।

ଗତ ନିର୍ବାଚନରେ କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ଗାଦିଚ୍ଯୁତ କରାଇ ତେଲଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିଛି। ଲୋକସଭା ନିର୍ବାଚନ ପୂର୍ବରୁ ତେଲଙ୍ଗାନାର ଏହି ରାଜନୈତିକ ସମୀକରଣ କଂଗ୍ରେସ ଲାଗି ବେଶ ଲାଭବାନ ହୋଇପାରେ । ଜଗନ ମୋହନ ରେଡୀ ନେତୃତ୍ବାଧୀନ ଓ୍ବାଇଏସଆରସିପିରେ ଥିବା ଅସନ୍ତୁଷ୍ଟ ନେତାମାନେ କଂଗ୍ରେସରେ ବି ସାମିଲ ହେବା ଆଶା କରାଯାଉଛି।