FeaturedGeneralLatestPoliticsSports

ୱାଇଏସଆର କଂଗ୍ରେସ ଛାଡିଲେ କ୍ରିକେଟର ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ (ସଂକେତ ଟିଭି) : ୱାଇଏସଆର କଂଗ୍ରେସରେ ଯୋଗ ଦେବାର ୯ ଦିନ ପରେ ରାଜନୀତି ଛାଡିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ୱାତି ରାୟୁଡୁ । ରାଜନୀତି ଛାଡିବେ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପର୍ଯ୍ୟନ୍ତ ସେ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା କହିଛନ୍ତି । ତେବେ ଏପରି ନିଷ୍ପତ୍ତି କାହିଁକି ନେଲେ ରାୟୁଡୁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

୨୮ ଡିସେମ୍ବର ୨୦୨୩ରେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ YSRCP ଦଳରେ ସାମିଲେ ହୋଇଥିଲେ । ଜଗନ୍ ମୋହନ ରେଡ୍ଡୀଙ୍କ ସହ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ନାରାୟଣ ସ୍ୱାମୀ ଏବଂ ସାଂସଦ ପେଡିରେଡି ମିଥୁନ ରେଡ୍ଡୀ ପୂର୍ବତନ କ୍ରିକେଟରଙ୍କୁ ଦଳରେ ସ୍ୱାଗତ କରିଥିଲେ । କିନ୍ତୁ ଏବେ ସୋସିଆଲ ମିଡିଆରେ ସେ ରାଜନୀତି ଛାଡିଥିବା ଘୋଷଣା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ରାୟୁଡୁ ଟ୍ୱିଟ୍ କରି କହିଛନ୍ତି, ମୁଁ ତୁମକୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ YSRCP ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ମୁଁ ମଧ୍ୟ କିଛି ସମୟ ରାଜନୀତିଠାରୁ ଦୂରରେ ରହିବି । ଭବିଷ୍ୟତରେ ମୁଁ ଯାହା ନିଷ୍ପତ୍ତି ନେବି, ମୁଁ ସମସ୍ତଙ୍କୁ ଏହା ବିଷୟରେ ଜଣାଇବି। ଆଗକୁ ସେ କେଉଁ ଦଳକୁ ଯିବେ କି ଆଉ କଣ କରିବେ ସେନେଇ କିଛି ସ୍ପଷ୍ଟ କରିନାହାଁନ୍ତି । ଅମ୍ବାତି ରାୟୁଡୁ ୨୦୨୩ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।