CrimeLatestNews

୨୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ଆରଆଇ

କେନ୍ଦୁଝର (ସଂକେତ ଟିଭି) : ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ କେନ୍ଦୁଝର ଜିଲ୍ଲା ବିଲେଇପଦା ଆରଆଇ ମୀର୍ ମହମ୍ମଦ ଖାନ୍‌ଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଛି । ଏହା ପରେ ତାଙ୍କ ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅଧୀନରେ ଥିବା ବିଲେପଦା ରାଜସ୍ୱ ନିରୀକ୍ଷକ ମୀର ମହମ୍ମଦ ଖାନ ଜଣେ ବ୍ୟକ୍ତିଙ୍କ ଜମି ମ୍ୟୁଟେସନ କରିଦେବାକୁ ୨୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡିବସିଛି। ତାଙ୍କୁ ଭିଜିଲାନ୍ସ ଧରିବା ପରେ ତେଲକୋଇର ପୈତ୍ରୁକ ବାସ ଭବନ ସମେତ ତିନୋଟି ସ୍ଥାନରେ ଚଢ଼ାଉ ହେଉଥିବା ଭିଜିଲାନ୍ସ କହିଛି। ଦେଓଝର ଗ୍ରାମର ଧ୍ରୁବରାଜ ହେମ୍ବ୍ରମଙ୍କ ଜମି ମ୍ୟୁଟେସନ କାମ କରିବା ନିମନ୍ତେ ବିଲେଇପଦା ଆରଆଇ ମୀର୍ ମହମ୍ମଦ ଖାନ ୨୦ ହଜାର ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଆବେଦନକାରୀ ଶ୍ରୀ ହେମ୍ବ୍ରମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆଜି ସକାଳ ୧୦.୪୦ ସମୟରେ ଆରଆଇ ପୀର୍ ମହମ୍ମଦ ୨୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହା ପରେ ପୀର୍ ମହମ୍ମଦକୁ ଭିଜିଲାନ୍ସ ଗିରଫ କରିଛି। ବାଲେଶ୍ଵର ଭିଜିଲାନ୍ସ ଭିଜିଲାନ୍ସ ଏସ ପି ନରହରି ନାଏକ,ଅତିରିକ୍ତ ଏସ ପି ମହେଶ୍ୱର ସେଠୀ ,କେନ୍ଦୁଝର ଭିଜିଲାନ୍ସ ଡି ଏସ ପି ସୁଧାଂଶୁ ଶେଖର ପୂଜାରୀଙ୍କ ସମେତ ବାଲେଶ୍ଵର ଭିଜିଲାନ୍ସର ବହୁ କର୍ମଚାରୀ ଚାଢ଼ାଉରେ ସାମିଲ ଥିବାବେଳେ ଆରଆଇଙ୍କର ତେଲକୋଇ ସ୍ଥିତ ଥାନା ସାହିରେ ଥିବା ପୈତ୍ରୁକ ବାସ ଭବନ ,ବଡ଼ବିଲ ରେ ଥିବା ସରକାରୀ ଘର ଓ ବିଲେଇପଦା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି।