FeaturedLatestNews

ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ

ପୁରୀ (ସଂକେତ ଟିଭି) : ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି। ଆଜି ସକାଳେ ସେ ସପରିବାର ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଥିଲା।

ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରଥମେ ପତିତପାବନଙ୍କୁ ଦର୍ଶନ କାରି ବାଇଶି ପାହାଚ ଦେଇ ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ପରେ ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ ପାର୍ଶ୍ଵ ଦେଵା ଦେବୀ ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ। ଏହାପରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରସ୍ଥାନ କରିବା ସହ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ଦେଶର ସୁଖ, ସମୃଦ୍ଧି ଓ ଉନ୍ନତି କାମନା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ଗତ ଦଶ ବର୍ଷ ଭିତରେ ଦେଶରେ ଭିତ୍ତିଭୂମି ଯଥେଷ୍ଟ ଉନ୍ନତି ହୋଇଛି । ଯାହାକି ଆଗାମୀ ଦିନରେ ପର୍ଯ୍ୟଟନ ବିକାଶ ଦିଗରେ ବେଶ୍ ସହାୟକ ହେବ । ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୁତ ହେବା ସହ ରୋଜଗାର ବଢିବ । ତେବେ ପୁରୀ ଭଳି ଗୋଆରେ ମଧ୍ୟ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ସେହି ମନ୍ଦିରଗୁଡିକ ବିକାଶ କରାଯାଇ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରର ମଧ୍ୟ ବିକାଶ କରାଯାଉଛି । ଏଣୁ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଗୋଆର ଆହୁରି ବିକାଶ ହେବ । ଗୋଆ ସାରା ବିଶ୍ଵରେ ସ୍ଵତନ୍ତ୍ର ସ୍ଥାନ ପାଇବ ବୋଲି ସେ କହିଛନ୍ତି ।