LatestNewsPolitics

ବିଜେଡି-ବିଜେପି ଭିତରେ ଚାଲିଛି ଭିତିରି ବୁଝାମଣା ବିଜେଡି-ବିଜେପି : ଅଜୟ କୁମାର

ଭୁବନେଶ୍ବର (ସଂକେତ ଟିଭି) : ଆଗାମୀ ନିର୍ବାଚନରେ ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି ବୋଲି ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି । ନେତାଙ୍କ ଅଧୀନରେ ଆଇଏଏସ୍ , ଆଇପିଏସ୍ କାମ କରିବା ଉଚିତ୍ । ହେଲେ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ଏଠି ମନ୍ତ୍ରୀ ଓ ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ଅମଲା ଶାସନ ଲୋକଙ୍କ ପାଖରେ ପହଂଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି । ଏଠି ବିଜେପି-ବିଜେଡି ଦୁଇ ଭାଇ । ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି । ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି ।