FeaturedGeneralLatest

ବାଂଲାଦେଶରେ ଶେଖ ହସିନାଙ୍କ ବିପୁଳ ବିଜୟ, ପଞ୍ଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ଢାକା (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗକୁ ବାଂଲାଦେଶର ସାଧାରଣ ନିର୍ବାଚନରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବା ନିଶ୍ଚିତ କରିଛନ୍ତି। ଏହା ସହ ଶେଖ ହସିନା ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୪୦ ପ୍ରତିଶତ ମତଦାନ ହୋଇଥିଲା। ୩୦୦ ଆସନ ବିଶିଷ୍ଟ ବାଂଲାଦେଶ ସଂସଦରେ ୨୯୯ ଟି ସିଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ୨୨୩ ସିଟରେ ଆଓ୍ବାମୀ ଲିଗ୍ ଦଳ ବିଜୟୀ ହୋଇଛି । ବିରୋଧୀ ଦଳ ଜାଟିଆ ପାର୍ଟି ୧୧ଟି ସିଟରେ ବିଜୟୀ ହୋଇଥିବା ବେଳେ ବାଂଲାଦେଶ କଲ୍ୟାଣ ଦଳ ଗୋଟିଏ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛି । ଅନ୍ୟ ୬୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଠଛନ୍ତି । ଜାଟିଆ ସମାଜତାନ୍ତ୍ରିକ ଦଳ ଏବଂ ବାଂଲାଦେଶର ୱାର୍କର୍ସ ପାର୍ଟି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

୭୬ ବର୍ଷୀୟ ଶେଖ ହସିନା ଅଷ୍ଟମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ୨୦୦୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଦଳ ଆୱାମୀ ଲିଗ୍ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚନରେ ବିଜୟ ହାସଲ କରିଛି । ଫଳରେ ଶେଖ ହସିନା ଦେଶରେ ପଞ୍ଚମ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।