FeaturedLatestNewsPolitics

କଂଗ୍ରେସରେ ୬୦ ପ୍ରାର୍ଥୀ ଫାଇନାଲ୍ , ୯ ବିଧାୟକଙ୍କୁ ପୁଣି ମିଳିବ ଟିକେଟ୍ : ତାରା ବାହିନୀପତି

ଭୁବନେଶ୍ବର (ସଂକେତ ଟିଭି): ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବାବେଳେ ରାଜ୍ୟ କଂଗ୍ରେସ ୬୦ରୁ ୭୦ ଟିକେଟ ଫାଇନାଲ କରିସାରିଛି । ଏଥର ୯ ବିଧାୟକ ରିପିଟ୍ ହେବେ । ସର୍ଭେ ଅନୁସାରେ ଟିକେଟ ଦିଆଯିବ । ଫେବ୍ରୁଆରିରେ ଆଗୁଆ ଟିକେଟ ବଣ୍ଟାଯିବ । ଏଭଳି ଏକ ବଡ଼ ବୟାନ ଦେଇଛନ୍ତି କଂଗେସର ବରିଷ୍ଠ ନେତା ତଥା ବିଧାୟକ ବିଧାୟକ ତାରା ପ୍ରସାଦ ବାହିନୀପତି ।

ସେ କହିଛନ୍ତି ଯେ, ଦଳର ପ୍ରାୟ ୬୦ରୁ ୭୦ ଟିକେଟ ଫାଇନାଲ ହେବାକୁ ଗଲାଣି । ଆମର କିଏ ଟିକେଟ ପାଇବ, ନ ପାଇବା ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଲେଣି । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଟିକେଟ ଦେବ ଦଳ । ଯିଏ ଜିତିବା ସୁନିଶ୍ଚିତ ସେଥିରୁ ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇଛି । ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଭର୍ତ୍ତି । ଆମେ ନିଜର ଏକତା ପ୍ରମାଣିତ ପାଇଁ ବସ୍ ରେ ଏକାଠି ହୋଇ ବୁଲିବୁ । ଆମେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବୁ । ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଆମେ ସବୁ କ୍ଷେତ୍ରରେ ସାକ୍ରିଫାଇସ କରିବା ଲାଗି ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଆସନ୍ତା ଫେବ୍ରୁଆରିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଛନ୍ତି । ଆଗକୁ କଂଗ୍ରେସରେ ବଡ଼ ବଡ଼ ହସ୍ତୀ ମିଶିବେ ବୋଲି ସେ କହିଛନ୍ତି।