LatestNewsPolitics

୧୪ରୁ ଭାରତ ଯୋଡ ନ୍ୟାୟ ଯାତ୍ରା, ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସଂକେତ ଟିଭି): ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଆସିବେ । ଏହି ଯାତ୍ରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାରେ ଦେଇ ଅତିକ୍ରମ କରିବ । ଏହାସହ ଅଧିକ ୨ଟି ଜିଲ୍ଲା ଯାତ୍ରା କରିବାକୁ ରାଜ୍ୟ କଂଗ୍ରେସ କମିଟି ପ୍ରସ୍ତାବ ଦେବ । ଏହି ସମୟରେ ରାହୁଲ ଗାନ୍ଧୀ ଓଡିଶାରେ ୪ ଦିନ ରହିବେ।

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜରେ ଭାରତ ନ୍ୟାୟ ଯାତ୍ରା କରିବେ । ଏହି ଅବସରରେ ଦଳ ପକ୍ଷରୁ ଲୋଗୋ ଉନ୍ମୋଚନ କରାଯାଇଛି । ଆସନ୍ତା ଜାନୁୟାରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ କଂଗ୍ରେସ ଯାତ୍ରା ଆରମ୍ଭ କରିବ । ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ମୋଟ ୬ ହଜାର ୭୧୩ କିଲୋମିଟର ଅତିକ୍ରମ କରି ଶେଷରେ ମହାରାଷ୍ଟ୍ରରେ ପରିସମାପ୍ତି ହେବ ।

ମୋଟ ୬୬ ଦିନରେ ୧୧୦ଟି ଜିଲ୍ଲା, ୧୫ ଟି ରାଜ୍ୟ ବୁଲିବେ କଂଗ୍ରେସ ନେତା, କର୍ମୀ ଏବଂ ସାଧାରଣ ଜନତା । ତେବେ ଏହି ଯାତ୍ରାର ମୂଳ ଉଦେଶ୍ୟ ହେଉଛି ଭାରତବର୍ଷର ଯୁବକ, ମହିଳା, କୃଷକ, ଶ୍ରମିକ ମଧ୍ୟବିତ୍ତ ଏବଂ ଗରିବଙ୍କୁ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପ୍ରଦାନ କରିବା ।