FeaturedLatestNews

ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ସିମୁଳିଆ ( ଯାଦବାନନ୍ଦ ଦାସ): ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଗୃହରୁ ଠାବ କରାଯାଇଛି। ସେ ଗାମୁଛାରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ବିଶ୍ୱରଞ୍ଜନ ମହାନ୍ତି ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ । ଭିଡିଓ କନଫ୍ରେନ୍ସିଂରେ ଯୋଗ ନଦେବାରୁ ତାଙ୍କୁ ଖୋଜା ଯାଇଥିଲା। ଏହା ପରେ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ତହସିଲଦାର ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଗୋପବନ୍ଧୁ ନଗର ତହସିଲଦାର କାର୍ଯ୍ୟ କରୁଥିବା ବେଳେ ୨ମାସ ପୂର୍ବରୁ ବିଡ଼ିଓ ଭାବେ ସିମୁଳିଆ ବ୍ଲକରେ ଯୋଗ ଦାନ କରିଥିଲେ। ବାପା ନରେନ୍ଦ୍ର ପ୍ରସାଦ ମହାନ୍ତି ଏମ କେ ସି ଜି ଶିକ୍ଷକ ଥିଲେ। ୩ଜଣ ଭାଇଙ୍କ ମଧ୍ୟରୁ ବିଶ୍ୱ ରଞ୍ଜନ ମହାନ୍ତି ସବା ସାନ ଥିଲେ। ତାଙ୍କ ସ୍ତ୍ରୀ ଉଦଳା ସ୍ତ୍ରୀ ଶିକ୍ଷୟତ୍ରୀ ଅଛନ୍ତି।