CrimeFeaturedNews

ଦୁଇଟି ଏଟିଏମରୁ ୩୨ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ

ବାଲେଶ୍ୱର (ସଂକେତ ଟିଭି): ଗୋଟିଏ ରାତିରେ ବାଲେଶ୍ବର ଜିଲ୍ଲାରେ ଦୁଇଟି ଏଟିଏମ୍‌ ରୁ ୩୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଲୁଟେରା । ଖଇରା ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଓ ସୋର ଥାନା ମଙ୍ଗଳପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏଟିଏମ୍‌ ସଟରକୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟ୍ କରିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କରୁ ବୁଧବାର ବିଳମ୍ବିତ ରାତିରେ ଦୁଇଟି ବୋଲେର ଗାଡିରେ ୬ରୁ ଉର୍ଦ୍ଧ୍ବ ଲୁଟେରା ଆସିଥିବା ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି । ଲୁଟେରାମାନେ ବିଳମ୍ବିତ ରାତିରେ ଗ୍ୟାସ୍ କଟର ମାଧ୍ୟମରେ ଏଟିଏମ୍‌କୁ ତାଡି ଏଟିଏମ୍ରେ ଥିବା ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ଲୁଟ୍ ପରେ ଲୁଟେରାମାନେ ଦୁଇଟି ବୋମା ଫୁଟାଇଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଲୋକ ଉଠିବାରୁ ଲୁଟେରାମାନେ ବୋଲେର ଗାଡିରେ ଫେରାର ହୋଇଯାଇଥିଲେ । ଲୋକମାନେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସେହିଭଳି ବୁଧବାର ରାତିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଏଟିଏମରୁ ମଧ୍ୟ ଟଙ୍କା ଲୁଟ କରିଦେଇଛନ୍ତି ଦୁର୍ବୃତ୍ତ । ସୋର ଥାନା ମଙ୍ଗଳପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି । ବୁଧବାର ରାତିରେ ଏଟିଏମ୍ ସଟର ଭାଙ୍ଗି ଗ୍ୟାସ କଟର କାଟି ଲୁଟ୍ କରିଛନ୍ତି । ଏହି ଏଟିଏମରୁ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି ।