CrimeFeaturedLatestNews

ଟ୍ରାଫିକ୍ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଠାରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ

ନୂଆଦିଲ୍ଲୀ (ସଂକେତ ଟିଭି): ଅନୁଗୁଳ ଜିଲ୍ଲା ତାଳଚେରର ଟ୍ରାଫିକ୍ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା କାରରେ ନଗଦ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ନେଇ ଯାଉଥିବାବେଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଭିଜିଲାନ୍ସ ତାଙ୍କୁ ମାଡିବସିଥିଲା । ପରେ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରୁ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ ।

ପରେ ଭିଜିଲାନ୍ସ ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ରଙ୍କ ପୈତୃକ ଘର ଓ ତାଳଚେର ଭଡ଼ା ଘରେ ଚଢ଼ାଉ କରିଥିଲା । ଢାଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ୩ ଲକ୍ଷ ୮ ହଜାର ୭୫୦ ଟଙ୍କା ଏବଂ ୩୩୬ ଗ୍ରାମ୍‌ ସୁନା ଏବଂ ଅସ୍ତରଙ୍ଗ ଘରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି ।