LatestNewsPolitics

ବାଲେଶ୍ବରରୁ ଲଢିବେ ନାହିଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଲୋକସଭା ଆସନରୁ ଲଢିବେନା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳ ଥିଲେ । ଏହା ସହିତ ଗତ କିଛି ଦିନ ଧରି ଘନ ଘନ ବାଲେଶ୍ବର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଚର୍ଚ୍ଚା ହେଉଥିଲା ସେ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି । ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ସେ ନୁହେଁ, ନନା ଅଛନ୍ତି ।