HealthLatestNews

BSKY- ନବୀନ କାର୍ଡର ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର (ସଂକେତ ଟିଭି) ରାଜ୍ୟ ସରକାର BSKY- ନବୀନ କାର୍ଡ ପଞ୍ଜିକରଣ ଅବଧି ବୃଦ୍ଧି କରିଛନ୍ତି । ଏଣିକି ଜାନୁଆରୀ ୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପୂର୍ବରୁ ପଞ୍ଜୀକରଣର ଶେଷ ତାରିଖ ଜାନୁଆରୀ ୧୬ ଥିଲା । ଜାନୁଆରୀ ୬ରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୟ ବୃଦ୍ଧି ନେଇ ଲୋକଙ୍କ ଠାରୁ ପ୍ରସ୍ତାବ ମିଳିଥିଲା।

ଏହି ଯୋଜନାରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍‌ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।

ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ।