CrimeFeaturedLatestNews

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କଲେ ଦିଅର ଓ ପୁତୁରା

ବାରିପଦା (ସଂକେତ ଟିଭି): ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ତାଙ୍କ ଦିଅର ଓ ପୁତୁରା ମିଶି ହତ୍ୟା କରିଛନ୍ତି । ଏନେଇ ମୃତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ।

ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ମାନେ ମିନତୀଙ୍କୁ ଡାହାଣୀ ସନ୍ଦେହ କରିଥିଲେ। ଯାହାକୁ ନେଇ ବୁଧବାର ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମିନତୀଙ୍କୁ ହତ୍ୟା କରିଥିଲେ। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।